କଣ୍ଟାକୁସୁମ ହେଉଛି ଖାଲି ପଡ଼ିଆ ଓ ବିଲରେ ଖରାଦିନେ ଉଠୁଥିବା ବର୍ଷାୟୁ ଗୁଳ୍ମଜାତୀୟ ଉଦ୍ଭିଦ । ଏହାକୁ ଇଂରାଜୀରେ ମେକ୍ସିକାନ ପପି ବୋଲି ମଧ୍ୟ କୁହାଯାଏ । ଏହି ଗୁଳ୍ମ ଜଳାଭାବ, ଅନୁର୍ବର ମୃତ୍ତିକା ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଢ଼ିପାରେ । ଏହାର ଡେମ୍ଫ ଧଳା, ପତ୍ର ଇଷତ୍ ସବୁଜ, କଣ୍ଚାଳିଆ ଓ ଦନ୍ତୁରିତ, ଫୁଲ ହଳଦିଆ ରଙ୍ଗର ଓ ଛଅ ପାଖୁଡ଼ା ବିଶିଷ୍ଟ ହୋଇଥାଏ । ଏ ଗଛର କ୍ଷୀର ହଳଦିଆ ଓ ଫଳ କଣ୍ଟକାକୀର୍ଣ୍ଣ ବାଇଗବା ଫଳ ପରି। ଏହାର ମଞ୍ଜି ସୋରିଷ ପରି । ମଞ୍ଜିରୁ ତେଲ ବାହାରେ। କାଛୁରେ ଏହି ଗଛର ନିର୍ଯ୍ୟାସ ଓ ମଞ୍ଜିର ତେଲକୁ ଲଗାଯାଏ।[୧] ଏହି ଗଛଟି ବିଷାକ୍ତ ଓ ତୃଣଭୋଜୀ ପ୍ରାଣୀମାନେ କ୍ୱଚିତ୍ ଏହାକୁ ଖାଇଥାନ୍ତି । ଏହାର ଉତ୍ପତ୍ତିସ୍ଥଳ ମେକ୍ସିକୋ ବୋଲି ମାନ୍ୟତା ରହିଛି । ମେକ୍ସିକୋ ତଥା ପଶ୍ଚିମ ଆମେରିକାର ଲୋକମାନେ ଏହାକୁ ଔଷଧରୂପେ ବ୍ୟବହାର କରିଥାନ୍ତି। [୨] ଏହି ଗୁଳ୍ମଟି ପ୍ରାୟ ୧ ମିଟର ଯାଏଁ ବଢ଼ିଥାଏ। ଏହା କ୍ରାନ୍ତିୟ ଅଞ୍ଚଳରେ ଦେଖାଯାଏ।
ଏହାର ଚେର ତିକ୍ତ, ରେଚକ, ଭେଦକ, ଉତ୍କ୍ଳେଶଜନକ ଓ ବମନବେଗକାରକ। ଏହା କୃମି, କଣ୍ଡୁ, ବିଷଦୋଷ, ଅନାହ, କଫ, ରକ୍ତପିତ୍ତ ଓ କୁଷ୍ଠ ନାଶକ। [୧]
ଗୋଟିଏ କଣ୍ଟାକୁସୁମ ମଞ୍ଜିରେ ୨୨ରୁ ୩୬% ଯାଏଁ ଅଭକ୍ଷ୍ୟ ତୈଳ ରହିଥାଏ ଯାହାକୁ ଆଗ୍ରାମନ ତେଲ ବା କଟକର ତେଲ କୁହାଯାଏ। ଏଥିରେ ସାଙ୍ଗୁଇନାରାଇନ (sanguinarine) ଓ ଡିହାଇଡ୍ରୋସାଙ୍ଗୁଇନାରାଇନ (dihydrosanguinarine) ନାମକ ବିଷାକ୍ତ ଆଲ୍କାଲଏଡ (alkaloid) ରହିଥାଏ। ଏହି ଗୁଳ୍ମରେ ଚାରିଟି କ୍ୱାଟରନେରି ଆଉସୋକ୍ୱିନୋଲିନ ଆଲକାଲଏଡ ଯଥା ଡିହାଇଡ୍ରୋକୋରିଡାଲମାଇନ, ଜାଟ୍ରୋରାଇଜିନ, କଲୁମ୍ବାମାଇନ ଓ ଅକ୍ସିବର୍ବରାଇନ ରହିଥିବାର ପରୀକ୍ଷଣରୁ ଜଣା ପଡ଼ିଛି। [୩]
ସୋରିଷ ସହିତ ଏହାର ମଞ୍ଜି ମିଶିଯାଉଥିବାରୁ ଭେଜାଲ କରିବାପାଇଁ ସହଜ ହୋଇଥାଏ । ଭାରତ, ଫିଜି, ଦକ୍ଷିଣ ଆଫ୍ରିକା ଆଦି ଅଞ୍ଚଳରେ କଣ୍ଟାକୁସୁମ ମଞ୍ଜି ଜନିତ ବିଷକ୍ରିୟାର ଅନେକ ନଜିର ରହିଛି। ଏକ ଭାଗ ଏହି ମଞ୍ଜିର ତେଲକୁ ୯୯ ଭାଗ ସୋରିଷ ତେଲରେ ମିଶାଇ ଭେଜାଲ କରିବାଦ୍ୱାରା ଭାରତରେ ୧୯୮୮ ମସିହାରେ ଡ୍ରପ୍ସି ନାମକ ଭୟାନକ ରୋଗ ଜନ ସାଧାରଣଙ୍କୁ ଆତଙ୍କିତ କରିଦେଇଥିଲା। [୪]
ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦରେ ଏହାର ପ୍ରୟୋଗ ନିମ୍ନଲିଖିତ ରୋଗ ବା ଅବସ୍ଥାରେ କରା ଯାଇଥାଏ। [୫]
ଏହି ଗୁଳ୍ମର ସର୍ବାଙ୍ଗକୁ ଔଷଧ ରୂପେ ଉପଯୋଗ କରାଯାଏ। ମେକ୍ସିକୋ ଓ ସୋନୋରାର ସେରି ଜନଜାତିମାନେ ଏହାକୁ ବୃକ୍କର ବିଭିନ୍ନ ପ୍ରକାର ରୋଗ ତଥା ଶରୀରର ଶୁଦ୍ଧିକରଣରେ ବ୍ୟବହାର କରିଥାନ୍ତି। [୨]
ମାଇଗ୍ରେନ ପରି ରୋଗରେ ସ୍ପେନ ଓ ପର୍ତ୍ତୁଗାଲ ଅଞ୍ଚଳରେ ଏହାର ପ୍ରୟୋଗ କରିଥାନ୍ତି ଓ ଏହାକୁ ପୀଡ଼ାନିବାରକ (analgesic) ଓ ମାନସିକ ଶାନ୍ତି ଦାୟକ (sedative) ଚା’ ହିସାବରେ ବ୍ୟବହାର କରିଥାନ୍ତି। ଏହାର ମଞ୍ଜି ବିରେଚକ (laxative)ର କାମ କରିଥାଏ। [୬]
ମାଲିରେ କଣ୍ଟାକୁସୁମକୁ ପାରମ୍ପରିକ ବୈଦ୍ୟମାନେ ମ୍ୟାଲେରିଆ ଜର ନିବାରଣାର୍ଥେ ଉପଯୋଗ କରିଥାନ୍ତି। [୭]
କଣ୍ଟାକୁସୁମ ମଞ୍ଜିରୁ ଜୈବ-ଡିଜେଲ ପ୍ରସ୍ତୁତ ହୁଏ ବୋଲି ପ୍ରୟୋଗ ଓ ପ୍ରଦର୍ଶନ ମଧ୍ୟ ହୋଇ ସାରିଲାଣି।
|month=
ignored (help)CS1 maint: Multiple names: authors list (link) |author=
(help)CS1 maint: Multiple names: authors list (link)