ସାର୍କ (ଇଂରାଜୀ ଭାଷାରେ Sharks) ଏକ ପ୍ରକାର (elasmobranch ) ମାଛ ଦଳକୁ ବୁଝାଏ ଯାହାର ଉପାସ୍ଥିରେ ଗଢ଼ା କଙ୍କାଳ (cartilaginous skeleton) ଥାଏ, ୫-୭ ଗାଲିସି ଫାଙ୍କ (gill slits) ଉଭୟ ପାଖ ମଥାରେ ଥାଏ ଓ ମୁଣ୍ଡ ସହ ସଂଯୁକ୍ତ ହୋଇନଥିବା ପେକ୍ଟୋରାଲ ଫିନ (pectoral fins) ଥାଏ । ଅଧୁନା ସାର୍କମାମନଙ୍କୁ କ୍ଲେଡ (clade) ସେଲାସିମର୍ଫ ଓ ଭଗିନୀ ଦଳକୁ (sister group) ବାଟଏଡିଆ (rays), ଏହି ଦୁଇ ଦଳରେ ବିଭକ୍ତ କରାଯାଉଛି । ଏହି ବ୍ୟାପକ ସଂଜ୍ଞା ଅନୁସାରେ ୪୨୦ ବର୍ସ ପୂର୍ବେ ଥିବା ସାର୍କ ଦିଆଗଲା [୨] ଆକାନ୍ଥୋଡିଆନ (Acanthodian) ସାର୍କମାନଙ୍କୁ ସ୍ପିନି ସାର୍କ ମଧ୍ୟ କୁହାଯାଏ; ସେମାନେ କଣ୍ଡ୍ରିକଥେସ ନ ହୋଇଥିଲେ ମଧ୍ୟ ପାରାଫାଇଲେଟକ ହୋଇଥିବା ଯୋଗୁ ଉପାସ୍ଥି ମାଛ ଦଳରେ ଥାଆନ୍ତି । ସେଇଦିନୁ ୫୦୦ ଜାତିରେ ଏକ ଚିଠାରେ ନାମ ଅଛି । ସେମାନେ ୧୭ ସେ:ମି: ଲମ୍ବ ବିଶିଷ୍ଟ ବାମନ ଲାଣ୍ଟନସାର୍କରୁ (en:dwarf lanternshark) ଆରମ୍ଭ କରି ୧୨ ମିଟର ବିଶିଷ୍ଟ ତିମି ସାର୍କ (whale shark) ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ବଡ଼ ଆକାର ବିଶିଷ୍ଟ ମାଛ ଭାବରେ ପରିଗଣିତ ହୋଇଥାଆନ୍ତି । [୩] ସାର୍କମାନେ ସମସ୍ତ ସମୁଦ୍ରରେ ୨୦୦୦ ମିଟର ତଳେ ଦେଖାଯାଆନ୍ତି । ବୁଲ ସାର୍କ ଓ ରିଭର ସାର୍କ ବ୍ୟତୀତ ବ୍ୟତୀତ ଅନ୍ୟ ସମସ୍ତେ ସାଧାରଣତଃ ସାଧାରଣତଃ ସଜ ଜଳରେ ବାସ କରନ୍ତି ନାହିଁ । [୪] ସାର୍କମାନଙ୍କର ଚର୍ମକୁ ସୁରକ୍ଷା ଦେବାକୁ ଏକ ଡର୍ମାଲ କ୍ୟୁଟିକ୍ଲ ଘୋଡ଼ଣୀ ଥାଏ ଯାହା ପରଜୀବୀ ଆକ୍ରମଣରୁ ମଧ୍ୟ ରକ୍ଷା କରେ ଓ ଫ୍ଲୁଇଡ ଡାଇନାମିକ୍ସକୁ (fluid dynamics) ଉନ୍ନତ କରେ । ସେମାନଙ୍କର ଅନେଇ ବଦଳକ୍ଷମ ଦାନ୍ତ ସେଟ୍ ଥାଏ ।[୫]
ଜଣାଶୁଣା ପ୍ରଜାତିର ସାର୍କମାନଙ୍କ ନାମ ଟାଇଗର ସାର୍କ , ବ୍ଲୁ ସାର୍କ , ଗ୍ରେଟ ହ୍ୱାଇଟ ସାର୍କ , ଇସୁରୁସ ସାର୍କ , ଥ୍ରେସର ସାର୍କ ଓ ହ୍ୟାମରହେଡ ସାର୍କ ଗୁଡ଼ିକ ଜଳ ମଧ୍ୟରେ ସର୍ବାଧିକ ଖାଦ୍ୟ ସଂଗ୍ରହକାରୀ ଶିକାରୀରୂପେ ପରିଗଣିତ । ମାନବ ମଧ୍ୟ ଅନେକ ସାର୍କ ମାଛମାନଙ୍କୁ ମାରିବାଦ୍ୱାର ତାଙ୍କ ବଂଶ ଲୋପ ପାଇଯାଉଛି ।
ସାର୍କ ମାଛ ଅଳ୍ପ ସଂଖ୍ୟକ ପୂର୍ଣ୍ଣ ବିକଶିତ ଛୁଆ ସୃଷ୍ଟି କରନ୍ତି, ଅନ୍ୟମାନଙ୍କ ଭଳି ଅବିକଶିତ ଛୁଆ ଜନ୍ମ କରନ୍ତିନି । ସାର୍କମାନେ ପ୍ରତି ପ୍ରଜନନ ଚକ୍ରରେ ୨-୧୦୦ ଛୁଆ କରନ୍ତି ।[୬] ଅନ୍ୟ ମାଛ ଅପେକ୍ଷା ସାର୍କମାନଙ୍କର ଶରୀର ବିକାଶ ବହୁତ ଧୀରେ ହୁଏ । ଲେମନ ସାର୍କ ୧୩-୧୫ ବର୍ଷରେ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୁଏ ।[୭]
ବୃଷଣ (internal fertilization) ପଦ୍ଧତିରେ ସାର୍କ ଛୁଆ ଜନ୍ମ କରନ୍ତି ।[୮] ଅଣ୍ଡିରା ସାର୍କର ପେଲଭିକ ଫିନର ପୃସ୍ଠ ଭାଗ ପରିବର୍ତ୍ତିତ ହୋଇ ଏକ ଯୋଡ଼ା କ୍ଲାସ୍ପରରେ ପରିଣତ ହୁଏ ଯାହା ଲିଙ୍ଗର କାମ କରେ ଓ ତାହା ମାଧ୍ୟମରେ ମାଈ ସାର୍କ ଭିତରକୁ ଶୁକ୍ରକୀଟ (sperm) ଛାଡ଼ିଦିଏ । [୯]
ଯୌନ ସଙ୍ଗମ କ୍ୱଚିତ ହେଉଥିବା ଦେଖାଯାଏ । [୧୦] ଛୋଟ କ୍ୟାଟସାର୍କ ଅଣ୍ଡିରା ସାର୍କ ଚାରିପାଖରେ ଗୁଡ଼େଇ ହୋଇ ଯୌନ ସଙ୍ଗମ କରେ । କେତେକ ସାର୍କ ସମାନ୍ତରାଳ ହୋଇ ରହିବା ପରେ ଅଣ୍ଡିରାର କ୍ଲାସ୍ପର ମାଈର ଓଭିଡକ୍ଟ ଭିତରକୁ ଭର୍ତ୍ତି କରି ଦୁଇ ସାର୍କ ସଙ୍ଗମ କରନ୍ତି । ଯୌନ ଉତ୍ତେଜନାରେ ମାଈ ସାର୍କ କାମୁଡ଼ା ଖାଇବା ମଧ୍ୟ ଦେଖାଯାଏ ଓ ସେଥି ଯୋଗୁ ମାଈ ସାର୍କର ଚମଡ଼ା ମୋଟା ଥାଏ । [୯]
କେତେକ କ୍ଷେତ୍ରରେ ସଙ୍ଗମ ନହୋଇ ଛୁଆ ଜନ୍ମ (parthenogenesis) ହେବା ମଧ୍ୟ ଦେଖାଯାଇଛି । [୧୧][୧୨]
|url-status=
ignored (help) |url-status=
ignored (help) |url-status=
ignored (help) |url-status=
ignored (help) |url-status=
ignored (help) |url-status=
ignored (help) ସାର୍କ (ଇଂରାଜୀ ଭାଷାରେ Sharks) ଏକ ପ୍ରକାର (elasmobranch ) ମାଛ ଦଳକୁ ବୁଝାଏ ଯାହାର ଉପାସ୍ଥିରେ ଗଢ଼ା କଙ୍କାଳ (cartilaginous skeleton) ଥାଏ, ୫-୭ ଗାଲିସି ଫାଙ୍କ (gill slits) ଉଭୟ ପାଖ ମଥାରେ ଥାଏ ଓ ମୁଣ୍ଡ ସହ ସଂଯୁକ୍ତ ହୋଇନଥିବା ପେକ୍ଟୋରାଲ ଫିନ (pectoral fins) ଥାଏ । ଅଧୁନା ସାର୍କମାମନଙ୍କୁ କ୍ଲେଡ (clade) ସେଲାସିମର୍ଫ ଓ ଭଗିନୀ ଦଳକୁ (sister group) ବାଟଏଡିଆ (rays), ଏହି ଦୁଇ ଦଳରେ ବିଭକ୍ତ କରାଯାଉଛି । ଏହି ବ୍ୟାପକ ସଂଜ୍ଞା ଅନୁସାରେ ୪୨୦ ବର୍ସ ପୂର୍ବେ ଥିବା ସାର୍କ ଦିଆଗଲା ଆକାନ୍ଥୋଡିଆନ (Acanthodian) ସାର୍କମାନଙ୍କୁ ସ୍ପିନି ସାର୍କ ମଧ୍ୟ କୁହାଯାଏ; ସେମାନେ କଣ୍ଡ୍ରିକଥେସ ନ ହୋଇଥିଲେ ମଧ୍ୟ ପାରାଫାଇଲେଟକ ହୋଇଥିବା ଯୋଗୁ ଉପାସ୍ଥି ମାଛ ଦଳରେ ଥାଆନ୍ତି । ସେଇଦିନୁ ୫୦୦ ଜାତିରେ ଏକ ଚିଠାରେ ନାମ ଅଛି । ସେମାନେ ୧୭ ସେ:ମି: ଲମ୍ବ ବିଶିଷ୍ଟ ବାମନ ଲାଣ୍ଟନସାର୍କରୁ (en:dwarf lanternshark) ଆରମ୍ଭ କରି ୧୨ ମିଟର ବିଶିଷ୍ଟ ତିମି ସାର୍କ (whale shark) ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ବଡ଼ ଆକାର ବିଶିଷ୍ଟ ମାଛ ଭାବରେ ପରିଗଣିତ ହୋଇଥାଆନ୍ତି । ସାର୍କମାନେ ସମସ୍ତ ସମୁଦ୍ରରେ ୨୦୦୦ ମିଟର ତଳେ ଦେଖାଯାଆନ୍ତି । ବୁଲ ସାର୍କ ଓ ରିଭର ସାର୍କ ବ୍ୟତୀତ ବ୍ୟତୀତ ଅନ୍ୟ ସମସ୍ତେ ସାଧାରଣତଃ ସାଧାରଣତଃ ସଜ ଜଳରେ ବାସ କରନ୍ତି ନାହିଁ । ସାର୍କମାନଙ୍କର ଚର୍ମକୁ ସୁରକ୍ଷା ଦେବାକୁ ଏକ ଡର୍ମାଲ କ୍ୟୁଟିକ୍ଲ ଘୋଡ଼ଣୀ ଥାଏ ଯାହା ପରଜୀବୀ ଆକ୍ରମଣରୁ ମଧ୍ୟ ରକ୍ଷା କରେ ଓ ଫ୍ଲୁଇଡ ଡାଇନାମିକ୍ସକୁ (fluid dynamics) ଉନ୍ନତ କରେ । ସେମାନଙ୍କର ଅନେଇ ବଦଳକ୍ଷମ ଦାନ୍ତ ସେଟ୍ ଥାଏ ।
ଜଣାଶୁଣା ପ୍ରଜାତିର ସାର୍କମାନଙ୍କ ନାମ ଟାଇଗର ସାର୍କ , ବ୍ଲୁ ସାର୍କ , ଗ୍ରେଟ ହ୍ୱାଇଟ ସାର୍କ , ଇସୁରୁସ ସାର୍କ , ଥ୍ରେସର ସାର୍କ ଓ ହ୍ୟାମରହେଡ ସାର୍କ ଗୁଡ଼ିକ ଜଳ ମଧ୍ୟରେ ସର୍ବାଧିକ ଖାଦ୍ୟ ସଂଗ୍ରହକାରୀ ଶିକାରୀରୂପେ ପରିଗଣିତ । ମାନବ ମଧ୍ୟ ଅନେକ ସାର୍କ ମାଛମାନଙ୍କୁ ମାରିବାଦ୍ୱାର ତାଙ୍କ ବଂଶ ଲୋପ ପାଇଯାଉଛି ।