dcsimg

ପେଡ଼ିପେଡ଼ିକା ( Oriá )

fornecido por wikipedia emerging languages
Help
 src=
ପେଡ଼ିପେଡ଼ିକା ଗଛ (Abutilon indicum)

ପେଡ଼ିପେଡ଼ିକା (Sida abutilon ବା Abutilon indicum) ଏକ ଔଷଧୀୟ ଉଦ୍ଭିଦ । ଏହାର ସଂସ୍କୃତ ନାମ - ଅତିବଳା, କଙ୍କତିକା, ଋଶ୍ୟାପୃକ୍ତା, ଆଦି । ଇଂରାଜୀ- Country mallow ଓ ବୈଜ୍ଞାନିକ ନାମ Abutilon indicum

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା

ଏହା ଏକ ମଖମଲି ଗୁଳ୍ମକ ।

  • ପତ୍ର: ଦନ୍ତୁର ଏବଂ ମୃଦୁ ରୋମଶ ।
  • ପୁଷ୍ପ: ପୀତ ବର୍ଣ୍ଣ, ପାଖାପାଖି ୧-ଇଞ୍ଚ ବ୍ୟାସ ବିଶିଷ୍ଟ ଯେଉଁଥିରେ ପୁଷ୍ପ ଦଣ୍ଡ ପତ୍ର ପତ୍ରବୃନ୍ତ ଠାରୁ ଦୁଇଗୁଣ କିମ୍ବା ତିନିଗୁଣ ବଡ ହୋଇଥାଏ ।ସ୍ତ୍ରୀ କେଶର ୧୫ କିମ୍ବା ଅଧିକ ।
  • ଫଳ: ଚକ୍ର ବୃତ୍ତ।କାର, ଅପର ପାର୍ଶ୍ୱରେ ପାନିଆଁ ସଦୃଶ ଦନ୍ତୁରିତ ।
  • ବୀଜ: ୧୫-୨୦ ସଂଖ୍ୟାରେ ଥାଏ ପାଉଁଶିଆ, କଳା ବର୍ଣ୍ଣ ଯୁକ୍ତ । ଏହାର ଫଳ ବୀଜକୁ ବୀଜବନ୍ଦ କୁହାଯାଏ । ବର୍ଷା ଋତୁରେ ପୁଷ୍ପ ତଥା ଶୀତକାଳରେ ଫଳ ଆସିଥାଏ ।
  • ଜାତି: ଏହାର ଦୁଇଟି ଜାତି - ୧. ବଡ଼ ଓ ୨.ଛୋଟ ।
ବଡ ଜାତି ଗୁଳ୍ମକର ନାମ Abutilon hirtum । ଏହାର କ୍ଷ୍ୟୁପ ବଡ଼ ହୁଏ ଏବଂ ଶାଖା, ପୁଷ୍ପଦଣ୍ଡରେ ଲମ୍ବା ରୋମ ହୋଇଥାଏ ।

ଭୌଗଳିକ ଉତ୍ପତ୍ତି ସ୍ଥାନ

ସମଗ୍ର ଭାରତ ବର୍ଷରେ ଦେଖିବାକୁ ମିଳିଥାଏ । ସମୁଦ୍ର ପତ୍ତନରୁ ୧,୨୦୦ମିଟର ଉଚ୍ଚ ଯାଏଁ ଏହା ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷଟି ସମଗ୍ର ଆଫ୍ରିକା, ଆମେରିକା ତଥା ସମସ୍ତ ଏସିଆ ମହାଦେଶ ଗୁଡିକରେ ସହଜରେ ବଢ଼ିଥାଏ ଏବଂ ପ୍ରାପ୍ତ ହୋଇଥାଏ ।

ରାସାୟନିକ ସଙ୍ଘଟନ

ସମଗ୍ର ବୃକ୍ଷ କ୍ଷାରାଭ(Alkaloids) ଯୁକ୍ତ । କେବଳ ବୀଜରେ ସର୍ବାଧିକ କ୍ଷ୍ୟାରାଭ ମହଜୁଦ ଥାଏ । ଭାସିସିନୋନ (Vasicinone) C11H12N20 ନାମକ ଏକ ବହୁ ଉପଯୋଗୀ ତତ୍ତ୍ୱ ମହଜୁଦ ଥାଏ, ଏହା ଶ୍ୱାସନଳୀ ପ୍ରସାରକ । ଶ୍ୱାସ ରୋଗ ଏବଂ ଶ୍ୱାସନଳୀ ପ୍ରଦାହ ଜନିତ ଶ୍ୱାସରୂଦ୍ଧରେ ଏହା ବହୁଳ ଭାବେ ଉପଯୋଗୀ ।ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷାରାଭ ହେଲା ଏଫେଡ୍ରାଇନ(Ephedrine) ଓ ଏହା ସମଗ୍ର ବୃକ୍ଷରେ ବହୁଳ ଭାବେ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷରୁ ଫାଇଟୋସ୍ଟେରୋଳ୍, ରେଜିନ, ପଟାସିୟମ ନାଇଟ୍ରେଟ୍, ରେଜିନଏସିଡ଼ ଇତ୍ୟାଦି ଯୌଗିକ ମିଳିଥାଏ । ଚେରରୁ ଆଲାଣ୍ଟୋଲାକ୍ଟୋନ, ଆଇସୋ- ଆଲାଣ୍ଟୋଲାକ୍ଟୋନ, ଗାଲିକ ଏସିଡ଼ ମିଳିଥାଏ ।

ଚିକିତ୍ସା ବିଜ୍ଞାନ ପ୍ରମାଣିତ ତଥ୍ୟ

ବେଦନା ସ୍ଥାପକ ଗୁଣ

ଏଥିରେ ଗଚ୍ଛିତ ଇଉଜିନୋଲ ନାମକ ତତ୍ତ୍ୱ ପୀଡ଼ା ଓ ବେଦନା ଉପଶମ କରିବାରେ ସକ୍ଷମ । ଏହା ଗବେଷଣାଗାର ମୂଷାଙ୍କ ଉପରେ ପରୀକ୍ଷଣ କରି ଜଣା ଯାଇଛି ।

କବକ, ବୀଜାଣୁ ରୋଧୀ(Antifungal) ତତ୍ତ୍ୱ

ପତ୍ରରୁ ମିଥାନୋଲ ଆହରିତ ଯୌଗିକ ସଫଳ ଭାବେ ଟ୍ରାଇକୋଫାଇଟମ ରୁବ୍ରମ (Trichophyton rubrum) ନାମକ କବକକୁ ନାଶ କରିବାରେ ସକ୍ଷମ ହୋଇଥାଏ ।

ଆୟୁର୍ବେଦ ମତରେ ଉପଯୋଗ

 src=
ପେଡ଼ିପେଡ଼ିକା ଗଛ (Abutilon indicum)

ସଂସ୍ଥାନିକ କର୍ମ

  • ବାହ୍ୟ:
ଏହାର ଲେପ ବେଦନା ଶାମକ ଏବଂ ଶୋଥହର(anti-inflammatory) ଅଟେ । ଶ୍ଲୀପଦ ଏବଂ ଚକ୍ଷୁ ଶୋଥ ଏବଂ ଦାହରେ ଏହାର ବାହ୍ୟ ଲେପ ପ୍ରୟୋଗ କରାଯାଇ ଥାଏ ।
  • ଆଭ୍ୟନ୍ତର:
    • ନାଡିସଂସ୍ଥାନ: ବଲ୍ୟ, ବାତ ହର
    • ପାଚନ ସଂସ୍ଥାନ: ଗ୍ରାହୀ
    • ରକ୍ତବହ ସଂସ୍ଥାନ: ହୃଦ୍ୟ, ରକ୍ତପିତ୍ତ ଶମକ
    • ପ୍ରଜନନ ସଂସ୍ଥାନ: ଶୁକ୍ରଳ ପ୍ରଜା ସ୍ଥାପକ
    • ମୂତ୍ରବହ ସଂସ୍ଥାନ: ମୂତ୍ରଳ
    • ତାପକ୍ରମ: ଜ୍ୱରଘ୍ନ
  • ସାତ୍ମିକରଣ: ବଲ୍ୟ, ବୃଂହଣ ଏବଂ ଓଜ ବର୍ଦ୍ଧକ । ଦୌର୍ବଲ୍ୟ କ୍ଷୟ ରୋଗ ଏବଂ କୃଶତାରେ ଦିଆଯାଏ ।
  • ପ୍ରଯୋଜ୍ୟ ଅଙ୍ଗ: ମୂଳ, ବୀଜ, ପତ୍ର ସ୍ୱରସ
  • ବିଶିଷ୍ଟ ଯୋଗ: ବଲାଦି କ୍ୱାଥ, ବଳାଦ୍ୟ ଘୃତ, ବଳାଦ୍ୟରିଷ୍ଟ, ଚନ୍ଦନବାଳାଲାକ୍ଷାଦି ତୈଳ

ଆଧାର

  1. "Abutilon indicum". Pacific Island Ecosystems at Risk. Retrieved 2008-06-18.

licença
cc-by-sa-3.0
direitos autorais
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |
original
visite a fonte
site do parceiro
wikipedia emerging languages

ପେଡ଼ିପେଡ଼ିକା: Brief Summary ( Oriá )

fornecido por wikipedia emerging languages
Help  src= ପେଡ଼ିପେଡ଼ିକା ଗଛ (Abutilon indicum)

ପେଡ଼ିପେଡ଼ିକା (Sida abutilon ବା Abutilon indicum) ଏକ ଔଷଧୀୟ ଉଦ୍ଭିଦ । ଏହାର ସଂସ୍କୃତ ନାମ - ଅତିବଳା, କଙ୍କତିକା, ଋଶ୍ୟାପୃକ୍ତା, ଆଦି । ଇଂରାଜୀ- Country mallow ଓ ବୈଜ୍ଞାନିକ ନାମ Abutilon indicum ।

licença
cc-by-sa-3.0
direitos autorais
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |
original
visite a fonte
site do parceiro
wikipedia emerging languages