गुज्जरगानो एउटा औषधीय गुण भएको गाना युक्त लहरा हो ।
ଅକାନବିନ୍ଧି[୨] (ପାଠା ନାମରେ ଜଣା, ବୈଜ୍ଞାନିକ ନାମ: ସିଶାମ୍ପେଲଶ ପାରେଇରା/Cissampelos pareira) ଏକ ଲତା ଗଛ । ଏହାର ସଂସ୍କୃତ ନାମ ଅମ୍ବଷ୍ଟାକୀ, କୁଳ ଗୁଡୂଚି, କୁଳ (Menispermaceae, ମେନିସ୍ପେର୍ମାସି), ପର୍ଯ୍ୟାୟ ନାମ (ସଂସ୍କୃତ) ପାଠା, ଅମ୍ବଷ୍ଠା, ବରତିକ୍ତା, ଅବିଦ୍ଧକର୍ଣ୍ଣୀ, ପିଲୁଫଳା ।
ଏହା ଉଚ୍ଚ ବୃକ୍ଷ ଶାଖା ପ୍ରଶାଖରେ କିମ୍ବା ଭୂମୀରେ ପ୍ରଶାରି ଲତା ଅଟେ l ପତ୍ର –ଏକାନ୍ତର, ବୃତ୍ତକାର, ନଟୁ ଆକାର, ସୂକ୍ଷ୍ମ ରୋମଶାଗ୍ର, ୧-୪ଇଞ୍ଚ ଲମ୍ବ l ମୁଖ୍ୟ ପତ୍ରଶିରା ସଂଖ୍ୟା ୫-୭ ପତ୍ର ଏବଂ ଶାଖା ଗୁଡିକ ମୃଦୁ ଶ୍ୱେତ ରୋମଶ । ପୁଷ୍ପ-ଏକଲିଙ୍ଗୀ, ପୀତାଭ, ଶ୍ୱେତ । ପୂଂପୁଷ୍ପ ସଘନ ମଞ୍ଜରୀ ଗୁଡିକରେ ଗୁଚ୍ଛ ବାନ୍ଧି କୋଣପୁଷ୍ପକ ଗୁଡିକର ଅକ୍ଷରୁ ଉଦ୍ଗତ ହୋଇଥାନ୍ତି l ସ୍ତ୍ରୀ-ପୁଷ୍ପ ମଞ୍ଜରୀ-୬ଇଞ୍ଚ ଲମ୍ବ, କୋଣପୁଷ୍ପକ .୫ରୁ .୭ ଇଞ୍ଚ ବ୍ୟାସ ବିଶିଷ୍ଟ l ଫଳ-ମଟର ସଦୃଶ, ରକ୍ତବର୍ଣ୍ଣ କିମ୍ବା ନାରଙ୍ଗୀ l ବୀଜ-ବକ୍ରାକୃତି l ପୁଷ୍ପ –ଜୁନ-ନଭେମ୍ବର ତଥା ଫଳ ତତ୍ ପରେ ହୋଇଥାଏ l
ଏହାର ଭୌମିକ ପ୍ରତାରି କାଣ୍ଡ ଏବଂ ମୂଳ ଲମ୍ବା, କୋମଳ, ପ୍ରାୟ ବିବିଧ ଶାଖା ଯୁକ୍ତ ପାଖାପାଖି ୧/୨ ଇଞ୍ଚ ବ୍ୟାସ, ବାହ୍ୟ ପାର୍ଶ୍ୱ ହାଲୁକା ପାଉଁଶିଆ, ଅନ୍ତର ପୀତାଭ ପାଉଁଶିଆ ବର୍ଣ୍ଣ l ଅନୁଦୈର୍ଘ୍ୟ ଫାଟ ଯୁକ୍ତ, ଅନୁପ୍ରସ୍ତ ଦିଗରେ ସଙ୍କୋଚ ଯୁକ୍ତ, ସ୍ୱାଦରେ ତିକ୍ତ l
ଜାତି (species)ପ୍ରଜାତି(variety) – ଏହାର ଅନ୍ୟ ଏକ ଜାତି ରାଜପାଠା ( Cyclia arnotii Miers ) ନାମରେ ପରିଚିତ । Stephania glabra Miers ,Stephania japonica Miers ନାମକ ବୃକ୍ଷ ମଧ୍ୟ ରାଜପାଠା ନାମରେ ପରିଚିତ । ରାଜପାଠାର ପତ୍ର ବଡ ବଡ ହୋଇଥାଏ ତଥା କନ୍ଦ ଖୁବ ବଡ ହୋଇଥାଏ l ଏସ.ଜାପୋନିକା(S.japonica)ର ଦୁଇଟି ପ୍ରଜାତି ଭାରତବର୍ଷରେ ମିଳିଥାଏ -୧. Variety (ପ୍ରଜାତି) Japonica (ଜାପୋନିକା) ୨. ପ୍ରଜାତି –Discolor ଦିଷ୍କଳର –ଏହା ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ପ୍ରଦେଶରେ ମିଳିଥାଏ।
ସମଗ୍ର ଭାରତବର୍ଷ, ଶ୍ରୀଲଙ୍କା, ଚୀନ, ମାଲୟେସିଆ, ବର୍ମା, ଥାଇଲାଣ୍ଡ, ଅଷ୍ଟ୍ରେଲିଆ l
'ଚେର: ପେଲୋସିନ(Pelosine), ବେବୀରିନ(Bebeerine), ସାପୋନିନ(Sapponin), କ୍ଷ୍ୟାରIଭ(Alkaloids)-ସାଇକ୍ଳେଇନ(Cyclein), ପାରେଇରୁବାଇନ୍(Pareirubrine), ଡେୟାମିଟୀନ୍(Deyamittin), ସୀସାମ୍ପେରାଇନ୍(Cissampareine), ହୟାଟୀଡାଇନ(Hayatidine), ହାୟIଟିନ(Hayatine), ସିସ୍ସାମାଇନ ଏବଂ ସାଇକ୍ଲେଇନ (Cissamine and cycleanine), ଟେଟ୍ରାନଡ୍ରାଇନ(Tetrandrine), ଡାଇସେଣ୍ଟ୍ରIଇନ(Dicentrine, ଡାଇହାଇଡ୍ରୋ- ଡାଇସେଣ୍ଟ୍ରIଇନ(Dihydrodicentrine), ଇନ୍ସୁଲIରାଇନ(Insularine) ।
ଅକାନବିନ୍ଧି ଲତା ପତ୍ରରେ ଅନ୍ତଃନଳୀ ବ୍ରଣ ଆରୋଗ୍ୟ କରିବା ତତ୍ତ୍ୱ ରହିଥାଏ l ଏହା ମୂଷା ଓ ଠେକୁଆ ଆଦି ପ୍ରାଣୀମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରମାଣିତ କରାଯାଇଛି ।
କଙ୍ଗୋ ଗଣରାଜ୍ୟର କୀଭୂ ନାମକ ପ୍ରଦେଶରେ କରାଯାଇଥିବା ଏକ ଗବେଷଣା ଅନୁଯାୟୀ ଅକାନବିନ୍ଧିର କେତେକ ପ୍ରଜାତି କ୍ଳୋରୋକୁଇନ ରୋଧୀ ପ୍ଲାସ୍ମୋଡିଅମ ଫାଲସିପାରମ ମେଲେରିଆ କୀଟାଣୁ ଗୁଡିକୁ ସମ୍ପୂର୍ଣ ନିର୍ମୂଳ କରିଦେଇପାରେ l ଏହି ମ୍ୟାଲେରିଆ କୀଟାଣୁଘାତି ତତ୍ତ୍ୱ ଏହାର ଚେରରୁ ଆହରିତ ସୁରାସାର (Ethyl alcohol) ଦ୍ରବଣରେ ଥାଏ l ଟ୍ରିପାନୋସୋମା କୃଜୀ ଓ ଟ୍ରିପାନୋସୋମା ବ୍ରୁସେଇଆଦି ପରଜୀବୀ ଉପରେ ଏହାର ଘାତକ କ୍ଷମତା ରହିଛିI
ପାଠା ପତ୍ରରେ ଥିବା ସୁରାସାର ଆହରିତ ତତ୍ତ୍ୱରେ ତୀବ୍ର ବେଦନା ନାଶକ ବା ପୀଡାହାରୀ କ୍ଷମତା ଚିହ୍ନଟ କରାଯାଇଛି l
ଏହାର ପତ୍ରରେ ଅନୁର୍ଯତା ଜନିତ ରୋଗ ଯଥା କ୍ରମେ – ଶ୍ୱାସ,ପ୍ରତିଶ୍ୟାୟ ଏବଂ ଇଓସିନୋଫିଲିଆ (Eosinophil) ଅତ୍ୟାଶୟକୁ ସମନ ଓ ନିୟନ୍ତ୍ରଣ କରିଥାଏ l ପାଠାରୁ ଆହରିତ ୱାରିଫ୍ଟେଇନ ନାମକ ଆଲ୍କାଲଏଡ୍ରେ ଏହି କ୍ଷମତା ଥିବାର ଚିହ୍ନଟ ହୋଇଛି l
ଏହାର ପତ୍ର ଏବଂ ଚେରରେ ମେଲେରିଆ କୀଟାଣୁ ବାହକ ମଶା’ର ଲାର୍ଭ ଗୁଡିକୁ ମାରିବାର କ୍ଷମତା ରହିଛି । ଏହା ତାଞ୍ଜାନିୟାରେ ଏକ ପରିକ୍ଷଣରୁ ପ୍ରତିପାଦିତ ହୋଇଛି ।
ଷ୍ଟାଫାଇଲୋକୋକସ ଅଉରିଅସ (Staphylococcus aureus), ଏସ୍ଚେରେଚିଆ କୋଲାଇ Escherichia coli, ଶିଉଡୋମୋନାସ ଏରୁଜିନୋସା(Pseudomonas aeruginosa), ସାଲ୍ମୋନେଲା ଟାଇଫି(Salmonella typhi), ଭାଇବ୍ରିଓ କୋଲେରା (Vibrio cholera), ବାସିଲସ ଅନ୍ଥ୍ରାସିସ(Bacillus anthracis), ଷ୍ଟ୍ରେପ୍ଟୋକୋକସ ଫେକାଲିସ(Streptococcus faecalis) ଏବଂ ବୀଜାଣୁ କବକ ବିରୋଧି କ୍ରିୟା (antifungal activity )କାଣ୍ଡିଡା ଆଲବିକାନ (Candida albicans)ଏବଂ କ୍ରିପ୍ଟୋକୋକସ ନିଓଫୋର୍ମାନ୍ସ (Cryptococcus neoformans) ଆଦି ଅଣୁଜୀବ ଉପରେ ଦେଖାଇ ଥାଏ l
ଏକ କ୍ଷାର।ଭ (Alkaloid ଆଲ୍କାଲଏଡ) ପାରେଇରୁବାଇନ୍ (Pareirubrine)ରେ ରକ୍ତ କର୍କଟ ବା ଲ୍ୟୁକେମିୟା (Leukemia)କୁ ସମନ କରିବାର କ୍ଷମତା ରହିଛି ।
ଏହାର ପତ୍ର ଏବଂ ଚେରରେ ଅତିସାର ଓ ପ୍ରବାହିକା ଜୀବାଣୁ ଘାତି ଶକ୍ତି ଥାଏ l