dcsimg

ଶମୀ ( odiya )

fourni par wikipedia emerging languages

ଶମୀ ବା ଶର୍ମୀ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଛୋଟ ଓ ବଡ଼ ଭେଦରେ ଏହା ଦୁଇପ୍ରକାରର। ଉଭୟ ଜାତିର ଗୁଣ ସମାନ। ବାବୁଲା ଗଛ ପରି ଏହା କଣ୍ଟାଯୁକ୍ତ ଗଛ। ଏ ଗଛ ଭାରତର ଗଡ଼ଜାତ ଅଞ୍ଚଳରେ ଦେଖାଯାଏ। ଅନ୍ୟତ୍ର ଏହା କ୍ୱଚିତ୍ ଦେଖିବାକୁ ମିଳେ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

ଶାସ୍ତ୍ରୋକ୍ତ ଗୁଣ

କଟୁ ମିଶ୍ରିତ କଷାୟ ରସ। ରୁକ୍ଷ, ଲଘୁପାକ, ଶୀତଳ, କଫ, କାଶ, ଶ୍ୱାସ, ଅର୍ଶ, ଅତିସାର, ରକ୍ତପିତ୍ତ ଓ କୁଷ୍ଠ ରୋଗର ନାଶକ। ମାତ୍ରା ଚାରିଅଣାରୁ ଆଠ ଅଣା।

ବ୍ୟବହାର

ଔଷଧୀୟ

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଚର୍ମରୋଗରେ ଏହାର ପତ୍ର ରସ ସହିତ ଗୁଗ୍ଗୁଳ ମିଶାଇ ସେବନ କରାଯାଏ।
  • ପିତ୍ତଜ କଫ ଓ କାଶରେ ଏହା ପିପ୍ପଳୀଚୂର୍ଣ୍ଣ ସହିତ ପ୍ରୟୋଗ କରାଯାଏ।
  • ପ୍ରମେହ ଆଦିରେ ଏହାର ଛେଲିର ରସକୁ ମିଶ୍ରି ସହିତ ସେବନ କଲେ ଲାଭ ମିଳେ।
  • ପେଟ ଗୋଳମାଳ ଓ ଝାଡ଼ା ଆଦିରେ ଏହାର ରସକୁ ମହୁସହିତ ସେବନ କରାଯାଏ। ପେଟବ୍ୟଥାରେ ଏହାର ପତ୍ରରସରେ ମହୁଶୁଣ୍ଠୀଚୂର୍ଣ୍ଣ ମିଶାଇ ସେବନ କରାଯାଏ।
 src=
ଶମୀଗଛ
  • ଧାତୁ ବୃଦ୍ଧି ଓ ଶୁଦ୍ଧି ପାଇଁ ଏହା ଛେଲିକୁ ବାଟି ଗାଈଲହୁଣୀମିଶ୍ରି ସହିତ ସେବନ କରାଯାଏ।
  • ଏହାର ଛେଲିକୁ ଜଳରେ ସିଝାଇ କ୍ଷତକୁ ଧୋଇଲେ ତାହା ଶୁଖିଯାଏ।
  • ଚର୍ମରୋଗରେ ଏହାର ଛେଲିକୁ ଏହାର ପତ୍ରରସ ସହତି ବାଟି ସେବନ କରାଯାଏ।
  • କାଶ, ଶ୍ୱାସ ଓ ପୁରାତନ ଜ୍ୱରରେ ଏହାର ଛେଲି ସିଝା ପାଣିକୁ ମହୁ ସହିତ ସେବନ କରାଯାଏ। ଏହାଦ୍ୱାରା ଦେହରୁ ଆଳସ୍ୟ ନିବାରିତ ହୁଏ।

ଅନ୍ୟାନ୍ୟ

  • ଅନାବଶ୍ୟକ କେଶ ଦୂର କରିବାପାଇଁ ଶମୀ ଗଛର କଞ୍ଚା ଫଳକୁ ବାଟି ପ୍ରୟୋଗ କରାଯାଏ।

ଆଧାର

  1. ୧.୦ ୧.୧ "Prosopis cineraria (L.) Druce". Catalogue of Life. Integrated Taxonomic Information System and Species2000. 2012-03-15. Retrieved 2012-03-21.
  2. "Prosopis cineraria (L.) Druce". Germplasm Resources Information Network. United States Department of Agriculture. 2006-01-27. Retrieved 2009-12-31.

licence
cc-by-sa-3.0
droit d’auteur
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |